ବରମୁଣ୍ଡା HP ପେଟ୍ରୋଲ ପମ୍ପ ସିଲ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ୱର ବରମୁଣ୍ଡାଠାରେ ଥିବା HP  ପେଟ୍ରୋଲ ପମ୍ପକୁ ଖଣ୍ଡଗିରି ପୁଲିସ୍ ସିଲ୍‌ କରିଛି।  ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ସିଲ୍ କରାଯାଇଛି ‌।  ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା ।

ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି ।  ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି HPର ଏରିଆ ଇନଚାର୍ଜ ଶୁଭବ୍ରତ ଖାନ କହିଛନ୍ତି।