ମଦ ଦୋକାନ ପାଇଁ ଲଟେରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଏବେ ଲଟେରୀ ମାଧ୍ୟମରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିବ। ଆଉ ହେବନି ଲାଇସେନ୍ସର ନବୀକରଣ। ଏ ନେଇ ଅବକାରୀ ବିଭାଗ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ତେବେ ଏହି ନୂଆ ନିର୍ଦ୍ଦେଶାନାମ ଦ୍ୱାରା ଏବେ ମଦ ବ୍ୟବସାୟୀ ଚିନ୍ତାରେ ପଡ଼ିଯାଇଛନ୍ତି।

ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ଏଥିପାଇଁ ଅବକାରୀ ବିଭାଗ ୱେବସାଇଟକୁ ଯାଇ ଆଧାର, ପ୍ୟାନ୍ କାର୍ଡ, ଆୟକର ପ୍ରମାଣପତ୍ର ଓ ଏକ ଲକ୍ଷ ଟଙ୍କା ଜମା କରି ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ତେବେ ଲଟେରିରେ ନାଁ ନଉଠିଲେ ଏକ ଲକ୍ଷ ଟଙ୍କା ଫେରସ୍ତ ହେବନାହିଁ। କିନ୍ତୁ ଯେଉଁମାନଙ୍କ ନାଁ ଉଠିବ, ସେମାନଙ୍କୁ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡ଼ିବ। ଏହାଦ୍ୱାରା ୧୫ ବର୍ଷ ଧରି ମଦ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ଓ ସେଠାରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହେବେ ବୋଲି ମଦ ବ୍ୟବସାୟୀ ସଂଘ କହିଛି।