ଅପରାଜିତା ଷଡ଼ଙ୍ଗୀ ହେଲେ ଭାରତର ସର୍ବଶ୍ରେଷ୍ଠ ସାଂସଦ

ଭୁବନେଶ୍ୱର(ଏସ୍ ନ୍ୟୁଜ ):ଇଣ୍ଡିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ୨୦୨୦ ବର୍ଷ ଲାଗି ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି l ଏହି ଦୁଇ ସଂସ୍ଥା ଦ୍ବାରା ଶ୍ରୀମତୀ ଷଡ଼ଙ୍ଗୀ ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି।

ଆଜି ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଅଛି। ରାଜ୍ୟର କୋଣଅନୁକୋଣରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।