ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର(ଏସ୍ ନ୍ୟୁଜ ): ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆବର୍ଷ ସୁଖ, ସମୃଦ୍ଧ ଓ ପ୍ରଗତିର ବର୍ଷ ହେଉ ।ବିଦାୟୀ ବର୍ଷ ୨୦୨୦ର କଷ୍ଟ ନୂଆ ବର୍ଷ ୨୦୨୧ରେ ଦୂର ହେଉ । ସମସ୍ତଙ୍କ ଜୀବନରେ ଖୁସି ଭରି ଯାଉ । ଶୁଭେଚ୍ଛା ଜଣାଇବା ସହ ୨୦୨୧ରେ କରୋନା କଷ୍ଟ ଦୂର ହେଉ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଗତି ଓ ରାଜ୍ୟବାସୀଙ୍କ ସୁଖମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।