ଚିତ୍ର ଶିଳ୍ପୀ କ୍ରିତିକ୍ରିଷ୍ଣାଙ୍କୁ ରାଜ୍ୟପାଳଙ୍କ ଅଭିନନ୍ଦନ

ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଞ୍ଚାୟତ….

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଞ୍ଚାୟତ ର ବଉଳନାଳି ଶାସନ ର ଚିତ୍ରଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା ଙ୍କୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚିତ୍ର କଳା ରେ ସଫଳତା ପାଇଁ ଓଡିଶା ର ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଉଚ୍ଚ ପ୍ରଶଂସା କରିବା ସହିତ ଇଣ୍ଡିଆନ ବୁକ ଅଫ ରେକର୍ଡ, ୱାର୍ଲଡ ଜିନିଅସ ରେକର୍ଡ,ଇଣ୍ଡିଆନ ଆଇକନ ଆୱାର୍ଡ ପାଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ଆଗକୁ ମଧ୍ୟ ଦେଶ ପାଇଁ କଳା କ୍ଷେତ୍ରରେ ଗୌରବ ଆଣିବା ପାଇଁ ଉତ୍ସାହିତ କରିଥିଲେ।

ଏଥିସହ କ୍ରିତିକ୍ରିଷ୍ଣା ଙ୍କ ସାନ ଭଉଣୀ ରୀତିକ୍ରୀଷ୍ଣା ସଂଗୀତ ଶିଳ୍ପୀ ଜାଣି ଆନନ୍ଦ ରେ କୋଳାଗ୍ରତ କରିଥିଲେ। ଏହିଅବସରରେ ମାନ୍ୟବର ରାଜ୍ୟପାଳ କ୍ରିତିକ୍ରିଷ୍ଣା ଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ। କ୍ରିତିକ୍ରିଷ୍ଣା ମଧ୍ୟ ତାଙ୍କର ଗଣେଶ ଓ ବୁଦ୍ଧ ଙ୍କ କଳା କୃତି କୁ ମାନ୍ୟବର ରାଜ୍ୟପାଳ ଙ୍କୁ ପ୍ରଦାନ କରିଥିଲେ. ମାନ୍ୟବର ରାଜ୍ୟପାଳ ଚିତ୍ର କୁ ଦେଖି ଭୁଇଅସି ପ୍ରଶଂସା କରିବା ସହ ସାଦରେ ନେଇ ନିଜ ପ୍ରକୋଷ୍ଠ ରେ ରଖି କ୍ରିତି ଓ ରୀତି ଙ୍କୁ ଆଶୀର୍ବାଦ କରିଥିଲେ ଓ କହିଥିଲେ ତୁମେ ଭରତ ମା ର ଗର୍ବ ଆଉ ଗୌରବ। ଦେଶ ମାଟି ପାଇଁ ବଳିଦାନ ଦେଇଥିବା ମାଟି ର ଉତ୍ତମ ଦାୟାଦ। କ୍ରିତି ଙ୍କ ଏହି ଗସ୍ତ ସମୟରେ ତାଙ୍କର ବାପା ଆଇନୀଜୀବି ସ୍ନେହାଶିଷ ପଣ୍ଡା ଓ ସାନ ଭଉଣୀ ସଂଗୀତ ଶିଳ୍ପୀ ରୀତିକ୍ରୀଷ୍ଣା ପଣ୍ଡା ଯାଇଥିଲେ।