୨୦୨୩ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍

କ୍ରିକବଜ ରିପୋର୍ଟ ମୁତାବକ ଜୟ ସାହା ବୈଠକରେ କହିଥଲେ ଯେ…..

ମୁମ୍ବାଇ : ଏସିଆ କପ-୨୦୨୩ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍। ଏସିଆ କ୍ରିକେଟ୍ କାଉଂସିଲ(ଏସିସି)ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଏହି ସୂଚନା ଦେଇଛନ୍ତି । ତେବେ ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହେବା ନା ନାହିଁ ସେ ନେଇ ଆଗାମୀ ଦିନରେ ନିଷ୍ପତି ନିଆଯିବ । ୨୦୨୩ ଏସିଆ କପ ଆୟୋଜନର ଦାୟିତ୍ୱ ପାକିସ୍ତାନକୁ ମିଳିଛି ।

ରିପୋର୍ଟ ଅନୁଯାୟୀ ଏହା ପାକିସ୍ତାନରେ ଖେଳାଯିବାର ଅଛି । ଆଜି ବିସିସିଆଇର ଏଜିଏମ ବୈଠକରେ ରୋଜର ବିନ୍ନିଙ୍କୁ ବିସିସିଆଇର ନୂତନ ସଭାପତି ଭାବରେ ନିଯୁକ୍ତି ମିଳିିଛି । ଆଜିର ଏହି ବେଠକରେ ଏହା ମଧ୍ୟ ନିଷ୍ପତି ନିଆଯାଇଥିଲା ଯେ, ଭାରତ ଏସିଆ କପ ପାଇଁ ପାକିସ୍ତାନ ଗସ୍ତରେ ଯିବ ନାହିଁ ।

ତେଣୁ ଟୁଣ୍ଣାମେଣ୍ଟକୁ କୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରାଯାଉ । କ୍ରିକବଜ ରିପୋର୍ଟ ମୁତାବକ ଜୟ ସାହା ବୈଠକରେ କହିଥଲେ ଯେ, ଆମେ ନିଷ୍ପତି କରିଛୁ କି ୨୦୨୩ ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ।