ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ଭଦ୍ରକ ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲାର ସମସ୍ତ ୭ଟି ଯାକ ବ୍ଲକରେ ଗତକାଲି ଠାରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଏଥିଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଦ୍ରକ ଭଳି ବାଲେଶ୍ୱରରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଏଥିଯୋଗୁ ବାଲେଶ୍ୱର ସହରର କିଛି ସ୍ଥାନ ଜଳବନ୍ଦୀ ହୋଇଛି।