୨୦୨୩ ବ୍ୟାଚ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ମଙ୍ଗଳବାର ଦିନ ଲୋକଭବନ ଭୁବନେଶ୍ୱରସ୍ଥିତ ଅଭିଷେକ …..
ଭୁବନେଶ୍ୱର: ମଙ୍ଗଳବାର ଦିନ ଲୋକଭବନ ଭୁବନେଶ୍ୱରସ୍ଥିତ ଅଭିଷେକ ହଲ ଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ୨୦୨୩ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି I ଏହି ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ବିଶଦ ଭାବେ ଜ୍ଞାନ ଅର୍ଜନ କରି ସରକାର ଏବଂ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି।
ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ଅଧିକାରୀମାନେ ତୃଣମୂଳସ୍ତରର ବାସ୍ତବତା ବିଷୟରେ ସ୍ପଷ୍ଟ ଧାରଣା ରଖିବା ଉଚିତ। କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ସଠିକ ରୂପାୟନ ଏବଂ ଏଥିରେ ଯୋଗ୍ୟ ହିତାଧିକାରୀଙ୍କ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ଏହି ଜ୍ଞାନ ଅତ୍ୟନ୍ତ ଜରୁରୀ।