ଭିତରକନିକା ବଉଳା କୁମ୍ଭୀର; ୩ ମାସରେ ନେଲାଣି ୩ ଜୀବନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ। ଭିତରକନିକାର ଡାଙ୍ଗମାଳ ଠାରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ପ୍ରତିବର୍ଷ ପ୍ରଜନନ କେନ୍ଦ୍ରରୁ ୪ ଫୁଟରୁ ଅଧିକ ଲମ୍ବର କୁମ୍ଭୀରଙ୍କୁ ଭିତରକନିକାର ନଦୀ ନାଳରେ ଛାଡି ଦିଆଯାଉଛି । ଧିରଧିରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବନବିଭାଗର କଡା ସୁରକ୍ଷା ଯୋଗୁଁ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପରିବେଶ ପାଇଁ ଖୁସି ଖବର । କୁମ୍ଭୀର ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ ଖୁସିବ୍ୟକ୍ତ କରୁଥିବା ବେଳେ ରାଜନଗର ଅଂଚଳବାସୀ ଭୟରେ ଆତଙ୍କିତ ଜୀବନ ବିତାଉଛନ୍ତି । ରାଜନଗର ଅଂଚଳରେ ଏବେ କୁମ୍ଭୀର ଆତଙ୍କ ବଢିବାରେ ଲାଗିଛି । ନଇ କୂଳିଆ ଅଂଚଳରେ ମାତିଛି ମଣିଷଖିଆ ମଗର । ୩ ମାସରେ ନେଲାଣି ୩ ଜୀବନ । ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ପ୍ରାଣ ହାରୁଛନ୍ତି ନଈକୂଳିଆ ଲୋକେ ।