160×600
160×600

ଆସନ୍ତା ମାସରେ ଓମାନ ଓ ୟୁଏଇରେ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍।

ଦୁବାଇ: ଆସନ୍ତା ମାସରେ ଓମାନ ଓ ୟୁଏଇରେ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍। ଆଇପିଏଲ୍ ଫାଇନାଲର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍ ଭାଗ ନେବେ। ବିସିସିଆଇ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ପ୍ରାୟୋଜକ। ଆଇପିଏଲ ମ୍ୟାଚରେ ଫ୍ୟାନ୍ ଷ୍ଟାଡିୟମକୁ ଆସିବା ଆରମ୍ଭ କରିଦେଇଛନ୍ତି। ଏବେ ଭାରତୀୟ କ୍ରିକେଟ୍‌ ବୋର୍ଡ ଓ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ବିଶ୍ୱକପ୍ ଫାଇନାଲରେ ୨୫ହଜାର ଫ୍ୟାନଙ୍କୁ ଆଣିବା ପ୍ରସ୍ତୁତିରେ ଲାଗିଛନ୍ତ। ହେଲେ ଏଥିପାଇଁ ୟୁଏଇର ଅଫିସିଆଲ୍ସଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ବିଶ୍ୱକପର ଆୟୋଜନ ପ୍ରଥମେ ଭାରତରେ ହେବାର ଥିଲା, କିନ୍ତୁ କରୋନା କାରଣରୁ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଛି।ଆସନ୍ତା ମାସରେ ଓମାନ ଓ ୟୁଏଇରେ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍। ଆଇପିଏଲ୍ ଫାଇନାଲର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍ ଭାଗ ନେବେ। ବିସିସିଆଇ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ପ୍ରାୟୋଜକ। ଆଇପିଏଲ ମ୍ୟାଚରେ ଫ୍ୟାନ୍ ଷ୍ଟାଡିୟମକୁ ଆସିବା ଆରମ୍ଭ କରିଦେଇଛନ୍ତି। ଏବେ ଭାରତୀୟ କ୍ରିକେଟ୍‌ ବୋର୍ଡ ଓ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ବିଶ୍ୱକପ୍ ଫାଇନାଲରେ ୨୫ହଜାର ଫ୍ୟାନଙ୍କୁ ଆଣିବା ପ୍ରସ୍ତୁତିରେ ଲାଗିଛନ୍ତ। ହେଲେ ଏଥିପାଇଁ ୟୁଏଇର ଅଫିସିଆଲ୍ସଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ବିଶ୍ୱକପର ଆୟୋଜନ ପ୍ରଥମେ ଭାରତରେ ହେବାର ଥିଲା, କିନ୍ତୁ କରୋନା କାରଣରୁ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଛି।ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି। ଯଦି ସମସ୍ତ ପ୍ରୋଟୋକଲକୁ ନଜରରେ ରଖି ଅନୁମତି ଦିଆଯାଏ, ତାହେଲେ ଏହା ମ୍ୟାଚର ରୋମାଞ୍ଚକୁ ବଢ଼ାଇବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ ଓମାନରେ ହେବ।