ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ଲଢିଲେ ଦଳୀୟ କର୍ମୀ

ଯାଜପୁର: ବିଧାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାକୁ ନେଇ ଦେଖା ଦେଇଛି ଉତ୍ତେଜନା । ବଡଚଣା ବିଧାୟକ ଅମର ଶତପଥୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସିଥିବା ବେଳେ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ କାର୍ଯ୍ୟକ୍ରମ ଅଧାରୁ ଫେରି ଯାଇଛନ୍ତି । ଶୁକ୍ରବାର ଅମର ପ୍ରସାଦ ଶତପଥୀ ସାଉଡିଆ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଇଥିଲେ ।

ସେଠାରେ ଦଳୀୟ କର୍ମୀଙ୍କ ମଧ୍ୟରେ ଝଗଡା ହେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ହେବା ପରେ ମଞ୍ଚରୁ ଓହ୍ଲାଇ ପଳାଇଥିଲେ ବିଧାୟକ । ତେବେ କେଉଁ କାରଣ ପାଇଁ ଝଗଡା ହେଲା ତାହା ଜଣାପଡିନଥିବା ବେଳେ ବିଧାୟକ ବି ନୀରବ ରହିଛନ୍ତି ।