ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ ବିଜୟ ଶଙ୍କର

ଜଗତସିଂହପୁର(ଏସ ନ୍ୟୁଜ): ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଲୋକସଭା ସାଂସଦ ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଥିଲେ। ଗୋରଖନାଥଙ୍କ ପୀଠ ଓ ଝଙ୍କଡ଼ ଶାରଳାଙ୍କ ପୀଠରୁ ସେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଆସିଥିଲା। ରିଟର୍ଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏଠାରେ ପ୍ରକାଶଥାଉକି , ପୂର୍ବରୁ ବିଜେପି ପ୍ରାର୍ଥୀ ଭାବେ ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।