ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଧାମନଗର: ଉପନିର୍ବାଚନ ପାଇଁ କମ୍ପୁଛି ଧାମନଗର । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରଚାର କରୁଛନ୍ତି ଦଳୀୟ ନେତା । ଆଜି ଧାମନଗର ପାଇଁ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉପନିର୍ବାଚନ ପାଇଁ ଭର୍ଚ୍ଚୁଆଲ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ନବୀନ ଭୋଟ୍‌ ମାଗିବେ ।  ଏଥିପାଇଁ ଧାମନଗର ନିର୍ବାଚନ ମଣ୍ଡଳିର ୧୩ଟି ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ଧାମନଗର ବିଧାନସଭା ଆସନ ହାତକୁ ନେବାକୁ କସରତ କରୁଛନ୍ତି ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ।