ନାଳରୁ ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ

ବାଂଶପାଳ  : ଗାଁ ନିକଟ ନାଳରୁ ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ । ମୃତକ କେନ୍ଦୁଝର ଜିଲ୍ଲା ସଦର ଥାନା ତଳଯାଗର ଗାଁର ଭଗବାନ ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି , ତଳଯାଗର ଗାଁର ୱାର୍ଡ ମେମ୍ବର ଭଗବାନ ଦେହୁରୀ ରବିବାର କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଇଥିଲେ। ସେଠାରୁ ସେ ଆଉ ଘରକୁ ଫେରିନଥିଲେ । ସୋମବାର ସକାଳେ ତାଙ୍କ ମୃତଦେହ ଗାଁ ନିକଟ ନାଳରେ ପଡିଥିବାର ଦେଖିବାକୁ ମିଳିଥିଲା । ନାଳରେ ମୃତଦେହ ଭାସୁଥିବା ବେଳେ ନାଳ କଡରେ ତାଙ୍କ ଚପଲ ଓ କାଗଜ ପତ୍ର ପଡିଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।