କାର୍ ଧକ୍କାରେ ବିଏମସି ସାନିଟାରୀ ଇନ୍ସପେକ୍ଟରଙ୍କ ମୃତ୍ୟୁ

ଭୁବନେଶ୍ୱର : ବିଏମସି ସାନିଟାରୀ ଇନ୍ସପେକ୍ଟରଙ୍କ କାର ଧକ୍କାରେ ମୃତ୍ୟୁ । ଗତକାଲି ରାତିରେ ରାଜମହଲ ଛକରେ ସଫେଇ କାମରେ ନିୟୋଜିତ ଥିବା ବେଳେ ଏକ ଅଜଣା କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମୃତ ଶରୀର ଅଛି । ଏହାକୁ ବିରୋଧ କରି ୬୭ ୱାର୍ଡ ର ସବୁ ସାନିଟାରୀ ଇନ୍ସପେକ୍ଟର କାମ ବନ୍ଦ କରିଛନ୍ତି । ମାମଲା କୁ ରଫଦଫା କରିବା ପାଇଁ ବି ଏମ ସି ମେୟର ଓ କମିଶନର କ୍ୟାପିଟାଲ ଥାନାରେ ଅଛନ୍ତି । ମୃତ ସାନିଟାରୀ ଇନ୍ସପେକଟରଙ୍କ ନା ରିତିକ ରୋଷନ । ବର୍ଷେ ପାଖାପାଖି ହେଲା ବିଏମସିରେ ଯୋଗ ଦେଇଥିଲେ । ୪୨ ନମ୍ବର ୱାର୍ଡ ର ସାନିଟାରୀ ଇନ୍ସପେକ୍ଟର ଥିଲେ ।