ଅନୁଗୁଳରେ ଗସ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ : ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

ଅନୁଗୁଳ: ଅନୁଗୁଳରେ ଗସ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳବାସୀଙ୍କୁ ନୂଆବର୍ଷ ଭେଟିଦେବେ । ମୁଖ୍ୟମନ୍ତ୍ରୀ ଆଜି ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି । ଏହାବାଦ ମିଶନ ଶକ୍ତି ମହିଳାଙ୍କୁ ଭେଟିବା ସହ ୨୪୨ କୋଟି ଟଙ୍କା ଋଣର ଡିଜିଟାଲ ଲଞ୍ଚିଂ ଶୁଭାରମ୍ଭ କରିବେ । ବହୁ ପ୍ରତିକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ ହେବ ।