ସମାଜସେବୀଙ୍କ ଦୁର୍ଘଟଣାରେ ମୃତ୍ୟୁ

ଅତି କମ୍ ବୟସରେ ସେବାକୁ ଧର୍ମ ଭାବେ ଗ୍ରହଣ କରି କେନ୍ଦୁଝର ଜିଲ୍ଲା ତଥା ଜିଲ୍ଲା ବାହାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସମାଜସେବୀ ଭଉଣୀ ନୈନା ସାହୁ ଆଉ ଏ ଦୁନିଆରେ ନାହାନ୍ତି ଜାଣି ବହୁତ ଦୁଃଖ ଲାଗିଲା । ବିଗତ ଦିନରେ ଦୁର୍ଘଟଣାର ଶୀକାର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ସହ ଲଢେଇ କରି କରି ଶେଷରେ ସେ ହାରି ଗଲେ । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।