ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା

ଅସୁରାଳି(ସାକ୍‌ସୀ ନ୍ୟୁଜ୍‌): ଭାରତୀୟ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ୍ ଭଗବତ୍ ଗୀତା ର ବାଣୀ କୁ ଛାତ୍ରଛାତ୍ରୀ ଙ୍କ ନିକଟରେ ପହଞ୍ଚାଇବା ଉଦ୍ଦ୍ୟେଶରେ ଆନ୍ତର୍ଜାତୀୟ କ୍ରିୟା ଯୋଗ ଅନୁଷ୍ଠାନ “ପ୍ରଜ୍ଞାନ ମିଶନ ” ଆନୁକୁଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅସୁରାଳିଠାରେ 7 ତାରିଖ ରେ 8 ମ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ପତି ଙ୍କ ତତ୍ତ୍ଵାବଧାନ ଓ ଉପଦେଶ “ଘରେ ଘରେ ଗୀତା, ପ୍ରତ୍ୟେକ ଙ୍କ ହାତେ ଗୀତା ” ଉପରେ ଆଲୋଚନା କରିଥିଲେ ।

ବିଦ୍ୟାଳୟର ଉପଦେଷ୍ଟା ଶକ୍ତି ଶ୍ରୀ ଉତ୍କଳ ଭୂଷଣ ନାୟକ ଗୀତାର ମାହାତ୍ମ୍ୟ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଜ୍ଞାନ ମିଶନ ର ବରିଷ୍ଠ ସନ୍ୟାସୀ ସ୍ଵାମୀ ଅନିର୍ବାଣନନ୍ଦ ଗିରି ମହାରାଜ ଗୀତାର ଉପଦେଶ ଶୃଙ୍ଖଳିତ ଜୀବନ ପାଇଁ ପ୍ରେରଣା ଯୋଗାଇ ଥାଏ ବୋଲି କହିଥିଲେ। ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ 75 ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଗୀତା ର ଶ୍ଲୋକ ଆବୃତ୍ତି କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ଡିସେମ୍ବର ମାସ 6ତାରିଖ ଭଦ୍ରଖ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗାନ୍ଧୀ ପଡ଼ିଆ ନିକଟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସମୀକ୍ଷକ ଓ ବରିଷ୍ଠ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ନାୟକ ପିଲାମାନଙ୍କ ଉପରେ ଗୀତା ମାଙ୍କର ଆଶୀର୍ବାଦ ଶତତ ରହିଥାଉ ବୋଲି କାମନା କରିଥିଲେ। ଶେଷରେ ଶ୍ରୀ ସତ୍ୟ ସୁନ୍ଦର ପାଢୀ, ସଭାପତି ମହୋଦୟ ବିଦ୍ୟାଳୟର ଗୁରୁମା, ଗୁରୁଜୀ ସମସ୍ତ ସମୀକ୍ଷକ, ଛାତ୍ରଛାତ୍ରୀ ଓ ପ୍ରଜ୍ଞାନ ମିଶନ କୁ ଏଭଳି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ଶ୍ରୀଧର ସାହୁ, ଶ୍ରୀ ମନୋଜ କୁମାର ଦାଶ (ପପୁ), ଶ୍ରୀ ମାଖନଲାଲ ଗୁପ୍ତା କାର୍ଯ୍ୟକ୍ରମର ପୃଷ୍ଠ ଭାଗରେ ରହି ସୁଚାରୁରୂପେ ପରିଚାଳନା କରିଥିଲେ ।