ବୋଥ୍ରା ବିଳି ବିଳେଇଲେ ବେଦ

ପାଇଖାନା ଟାଙ୍କି ଅଣ୍ଡାଳିଲେ ବୋଥ୍ରା

ନବଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଜିବାକୁ ଯାଇ ….

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ନବଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଜିବାକୁ ଯାଇ ତଦନ୍ତକାରୀ ଅଧିକାରୀ ଅରୁଣ ବୋଥ୍ରା ଅଣ୍ଡାଳିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି । ପାଇଖାନା ଟାଙ୍କିରୁ କିଛି କାଗଜ ଟୁକୁଡ଼ା ସାଉଁଟି ତାକୁ ଗୋପାଳ ଦାସଙ୍କ ହାତଲେଖା ବିବରଣୀ ଦର୍ଶାଇ କ୍ରାଇମ ବ୍ରାଂଚ ଗଣମାଧ୍ୟମର ଦୃଷ୍ଟି ଏଡ଼ାଇବାକୁ ଚେଷ୍ଟା କରୁଛି । ଗୋପାଳ ଦାସଙ୍କ ହାତଲେଖା ଚିଠିଟି ପାଇଖାନା ଟାଙ୍କିର ଅଳିଆ ପାଣିରେ ନଷ୍ଟ ନହୋଇ ଅରୁଣ ବୋଥ୍ରାଙ୍କ ହାତକୁ ଅପେକ୍ଷା କରିଥିଲା । ଓଡ଼ିଶାରେ ଲୋକପ୍ରିୟ ଗଣମାଧ୍ୟମର ସନ୍ଧାନୀ ଆଖି ନାହିଁ । ଖାସ ସେଇଥିପାଇଁ ଓଡ଼ିଶାରେ କ୍ରାଇମ୍‌ ରିପୋର୍ଟର ଅଭାବ ।

ବ୍ରଜରାଜନଗର ଗାନ୍ଧିଛକ ନିକଟରେ ନବଦାସଙ୍କୁ ଗୁଳି ମାରିବା ପୂର୍ବରୁ ନିଲମ୍ବିତ ଏଏସ୍‌ଆଇ ଗୋପାଳ ଦାସ ହତ୍ୟା ସଂପର୍କୀତ ସୁଚିନ୍ତିତ ବିବରଣୀ ଲେଖିଥିଲା ଓ ତାକୁ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ଖାସ୍‌ ଅରୁଣ ବୋଥ୍ରାଙ୍କ ପାଇଁ । ଗୋପାଳ ଭଲ ଭାବରେ ଜାଣିଥିଲା ଯେ ତା’ର ଭବିଷ୍ୟତ ଅରୁଣ ବୋଥ୍ରାଙ୍କ ହାତରେ ଅଛି । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରାଇମ୍‌ ବ୍ରାଂଚ ତଦନ୍ତ କରୁଛି । ଏପରି କରିବାର ଅର୍ଥ ଗୋପାଳ ଦାସକୁ ପ୍ରାଣଦଣ୍ଡରୁ ବଂଚାଇବା ସହ ନବଦାସଙ୍କ ପରିବାରକୁ ସନ୍ତୁଷ୍ଟ କରିବା ।

ଅରୁଣ ବୋଥ୍ରା ଭାବିଛନ୍ତି ସେ ଯୋଉ ରିପୋର୍ଟ ପ୍ରସ୍ତୁତ କରିବେ, ରାଜ୍ୟବାସୀ ତାକୁ ଅକାଟ୍ୟ ସତ୍ୟ ମଣିବେ । ଆବଶ୍ୟକ ପଡ଼ିଲେ, ଅରୁଣ ବୋଥ୍ରା ସରକାରୀ ଟଙ୍କାରେ ମହାରାଷ୍ଟ୍ର ଯାଇ ଶନିବାବାଙ୍କର ଦର୍ଶନ କରି ସେଠାରୁ ଜଣେ ପୂଜକଙ୍କୁ ମନାଇ ତାଙ୍କ ମୁହଁରେ ନବଦାସଙ୍କର ଭବିଷ୍ୟତ ରାଜନୀତି ସଂପର୍କୀତ ବିବରଣୀ କୁହାଇ ପାରିବେ । ଅରୁୂଣ ବୋଥ୍ରାଙ୍କ ମଗଜକୁ ମାନିବାକୁ ପଡ଼ିବ