ମାହେଶ୍ଵରୀ ଗୋଶାଳାରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳିତ

ବୌଦ୍ଧ: ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିସରରେ ପବିତ୍ର ଗୋଷ୍ଠl ଅଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି l ଏହି ଅବସରରେ ଗୋଠ ପୂଜା, ଗୋପୁଜନ ସହିତ ଅଧକ୍ଷ ନିର୍ଗୁଣ ମହାକୁଡଙ୍କ ସଭାପତିତ୍ବ ଓ ସମ୍ପାଦକ କୃତିବାସ ପଲିଆଙ୍କ ସଂଯୋଜନା ରେ ଏକ ସଭା ଆୟୋଜନ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଚାରୀ ନିଲେଜ୍, ମୁଖ୍ୟ ବକ୍ତା ଭାବେ ପ୍ରବକ୍ତା ଆଦିତ୍ୟ ମେହେର, ସମ୍ମାନୀତ ଅତିଥି ଭାବେ ବାବା ଖଗେଶ୍ବର ବାନପ୍ରସ୍ତି ଯୋଗଦେଇ ଗୋପୂଜନ, ଗୋସୁରକ୍ଷା,ଗୋ – ଆଧାରିତ ଜୀବିକା ଓ ଗୋଶାଳା ର ଉନ୍ନତି ନିମନ୍ତେ ସମସ୍ତ ସହିଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

ଏହି ଉତ୍ସବ ଆୟଜନରେ ଗୋଶାଳା ର ଉପାଧ୍ୟକ୍ଷ ହୃଷୀକେଶ ଖେତି, ଗୋଶାଳା ପରିଚାଳକ ରବି ନାରାୟଣ ମିଶ୍ର, ଗୋସେବକ ତ୍ରିପୁରା ଧଳ, ସୁଶାନ୍ତ ସ୍ୱାଇଁ ଗୋସେବିକl ତପସ୍ଵିନୀ ପଲିଆ, ଉର୍ମିଳା ପ୍ରଧାନ ଓ କବିତା ପ୍ରଧାନ, ଭୁବନ ବେହେରା, ଦେବାଶିଷ ପ୍ରଧାନ, ଶଶାଙ୍କ ପ୍ରଧାନ, ଆକାଶ ଜେନା ପ୍ରମୁଖ ସହଯୋଗ କରିଥିଲେ l ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସାକସୀ ନିୟୁଜ