ଖୋଲିଲା ଶିିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ ଜିଲ୍ଲା ର ପ୍ରାକୃତିକଙ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ନଭେମ୍ବର ୧ ତାରିଖ (ମଙ୍ଗଳ ବାର ) ଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିଲା। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନମନ୍ତେ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ନେଇ ଯିବାକୁ ହେବ , ପ୍ରତ୍ୟେକ ଦିନ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଓ ବାରିପଦା ଦେଇ ୨୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ଅନୁମତି ମିଳିବ, ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ଵୟ ଅନୁସାରେ ଅନୁମିତି ମିଳିଥାଏ । ଏଥି ନିମନ୍ତେ ଯଶୀପୁର ବୁକିଂ କାଉଣ୍ଟରରେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ପତ୍ର ମିଳିପାରିବ, ଅଭୟାରଣ୍ୟକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଲକ୍ଷ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଆଦି ନେବା ଉପରେ କଟକଣା ଜାରି କରାଯାଇଅଛି, ପ୍ରଚଳିତ ନିୟମାବଳୀ ଅନୁସାରେ ଫାଟକରେ ଲିଖିତନାମା ଦାଖଲ କରିବେ ଏବଂ ଏହା ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।ସେହି ପରି ପ୍ରବେଶ ଓ ପ୍ରସ୍ଥାନ ବେଳେ ଫାଟକରେ ସେମାନଙ୍କର ଯାନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଞ୍ଚ କରାଯିବ, ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ହେବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । କୌଣସୀ କାରଣ ବଶତଃ ଅଭୟାରଣ୍ୟ ମଧ୍ୟରେ ଯାନ ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଭାବେ ୪ ହଜାର ଟଙ୍କା ଜମା ଦେବାକୁ ହେବ ।ଏଥି ନିମନ୍ତେ ଯାନ ଚାଳକ ପ୍ରସ୍ତୁତ ରହିବେ । ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ନେଇଯାଇଥିବା ଯାନବାହନ ରହିଥିବା ନିୟମାବଳୀକୁ ଯଦି ଦ୍ୱିତୀୟ ଥର ନିମନ୍ତେ ଉଲ୍ଲଙ୍ଘନ କରୁଥିବେ ତେବେ ତାଙ୍କୁ ପରବର୍ତ୍ତୀ ସମୟରେ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ, ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ, ବରେହିପାଣି ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ର୍ନିମିତ କଟେଜର ବ୍ୟବସ୍ଥା କରାଯାଇଅଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟwww.ecotourodisha.comରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ । ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତା ମୂଳକ, ତେବେ ଯଶିପୁର ପଟୁ ସକାଳ ୯ ଟା ସୁଦ୍ଧା ୧୪ଟି ଗାଡି ପ୍ରବେଶ କରିଛି ।