ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୧ ଡିଗ୍ରୀ

ଭୁବନେଶ୍ୱର : ଅସମ୍ଭାଳ ହେଲାଣି ତାତି । ଆଉ ତ୍ରାହି ନାହିଁ । ମଧ୍ୟାହ୍ନ ଦୂରର କଥା ସକାଳ ତାତି ଅସହ୍ୟ ହେଲାଣି । ରାଜଧାନୀ ଭୁବନେଶ୍ୱରରେ ସକାଳର ତାପମାତ୍ରା ୩୦ ଟପିଛି । ତେଣୁ ଏଥିରୁ ହିଁ ଜଣାପଡିଛି ଆଜି ସାରା ଦିନର ତାପମାତ୍ରା କେତେ ଛୁଇଁବ । ସକାଳ ସାଢେ ୮ଟାରେ ରେକର୍ଡ କରାଯଇଥିବା ତାପମାତ୍ର ଅନୁଯାୟୀ ଭୁବନେଶ୍ୱରରେ ୩୧ ଡିଗ୍ରୀ ସେଲସିୟସ୍ ରହିଥିଲା ।

ଗତକାଲି ରାଜଧାନୀରେ ତାପମାତ୍ରା ୪୦ ଟପିଥିଲା । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରିଥିଲା । ଝାରସୁଗୁଡାର ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ସମ୍ବଲପୁରରେ ୪୦.୬ ଡିଗ୍ରୀ, ହୀରକୁଦରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ବାଲେଶ୍ୱର ୩୭.୪ ଡିଗ୍ରୀ, କେନ୍ଦୁଝର ୩୭.୨ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା ।