କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ (ଏସ୍ ନ୍ୟୁଜ): ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି । ଆଉ କିଛି ଦିନ ପରେ ୨ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ମିଲିଥିବା ଖବର ଅନୁଯାୟୀ, ଏହି ୨ୟ ପର୍ଯ୍ୟାୟ ଟିକାକରଣରେ ପ୍ରଧାନମନ୍ତ୍ରୀ , ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ସାମିଲ ହେବେ । ଖାସ୍‌ କରି ଯେଉଁମାନଙ୍କ ଅଧିକ ବୟସ ବା ୫୦ରୁ ଅଧିକ ରହିଛି । ସେମାନଙ୍କୁ ପ୍ରାଥମିକତା ଦିଆଯିବ ।

ସେହିପରି ଏହି ଟିକାକରଣରେ ଗୃହମନ୍ତ୍ରୀ ଅମିତ ଶାହା, ଅନ୍ୟ ମନ୍ତ୍ରୀମାନେ ସାମିଲ ହେବ । ରାଜ୍ୟପାଳମାନଙ୍କୁ ମଧ୍ୟ ଭାକ୍‌ସିନେସନ କରାଯିବ । ତେବେ ୨ ପର୍ଯ୍ୟାୟରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । ଯେଉଁମାନଙ୍କର ବୟସ ୫୦ରୁ ଅଧିକ ହୋଇଥିବା , ସେମାନଙ୍କୁ ପ୍ରାଥମିକତା ଦିଆଯିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଟିକାକରଣର ୨ୟ ପର୍ଯ୍ୟାୟ କେବେ ଆରମ୍ଭ ହେବ, ତାହା ସ୍ପଷ୍ଟ ହୋଇନାହିଁ ।