ମାଟ୍ରିକ ପିଲାଙ୍କୁ ମାଗଣାରେ ଦିଆଯିବ ‘ପରୀକ୍ଷା ଦର୍ପଣ’- ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟର ସମସ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ‘ପରୀକ୍ଷା ଦର୍ପଣ’ ବହି ମାଗଣାରେ ଦିଆଯିବ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ‘ପରୀକ୍ଷା ଦର୍ପଣ’ ବହି ପ୍ରସ୍ତୁତ କରାଯାଇଛି । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ଏହି ବହି ମିଳିବ । ତେବେ ପରୀକ୍ଷା ଦର୍ପଣ ବହି ୭୦୦ ପୃଷ୍ଠାର ହୋଇଥିବା ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।