ମନରେଗା ଦୁର୍ନୀତି ପାଇଁ ସସପେଣ୍ଡ୍ ହେଲେ ରାଜନଗର ସରପଂଚ

କେନ୍ଦ୍ରାପଡା(ଏସ୍ ନ୍ୟୁଜ):କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ରାଜନଗର ପଂଚାୟତର ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି ପାଇଁ ସସପେଣ୍ଡ୍ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରାପଡା ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ତାଙ୍କର ସୁପାରିଶ ଆଧାରରେ ସରପଂଚ ପ୍ରଭାତ ଚନ୍ଦ୍ର ମିଶ୍ରଙ୍କୁ ନିଲମ୍ୱିତ କରାଯିବା ସହ କାହିଁକି ତାଙ୍କ ବିରୋଧରେ ପଦକ୍ଷେପ ନିଆନଯିବ ୩୦ ଦିନ ଭିତରେ ଲିଖିତ ଭାବେ ଉତର ରଖିବାକୁ କୁହାଯାଇଛି । ଏହି ଦୁର୍ନୀତି ପାଇଁ ପୂର୍ବରୁ ଜିଆରଏସ ପ୍ରମୋଦ ସାହୁଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିଲା ।