ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପୁଣି ସିବିଆଇ ଟିମ୍

ବାଲେଶ୍ୱର: ସିଗନାଲରେ ତ୍ରୁଟି ଥିଲା ନା ଇଣ୍ଟରଲକିଂରେ ଥିଲା ସମସ୍ୟା ? ସବୁ ଦିଗରୁ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ କିଛି ରେଳ ଅଧିକାରୀଙ୍କ ମୋବାଇଲ୍ ଫୋନ୍ ଜବତ କରିଛି । ସିବିଆଇର ଟେକ୍ନିକାଲ୍ ଟିମ୍ ଦୁର୍ଘଟଣାର ଯାଞ୍ଚ କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍ ଫୋନ୍ ଜବତ କରିଛି । ଘଟଣା ଦିନ ରେଳ ଅଧିକାରୀ କାହା ସହ ଫୋନ୍ ଓ ହ୍ୱାଟ୍ସଆପରେ କଥା ହୋଇଛନ୍ତି । ସୋସିଆଲ୍ ମିଡିଆରେ କାହା ସହ ମତ ବିନିମୟ କରିଛନ୍ତି । ଏସବୁ ତଥ୍ୟ ସିବିଆଇ ଜବତ ଫୋନରୁ ସଂଗ୍ରହ କରିବ ।