ରାଶିଫଳ ଗୁରୁବାର : ଏହି ସବୁ ରାଶି ମାନଙ୍କରେ ଆଜି ସବୁ କ୍ଷେତ୍ରର ସଫଳତା

Horoscope Thursday -08-06-2023

ଅଦ୍ୟ ଜୁନ ମାସ ୦୮ ତାରିଖ ୨୦୨୩ ମସିହା(ଗୁରୁବାର) ଶକାବ୍ଦ -୧୯୪୫, ସମ୍ବତ-୨୦୮୦, ଦିଲ୍ଲୀସ୍ୱରାଦ୍ଧ-୧୪୩୦, ସମ୍ବତ୍ସର-କପିଳ, ଆଷାଢ଼ମାସ-କୃଷ୍ଣପକ୍ଷ, ତିଥି- ପଞ୍ଚମୀ ରାତ୍ରି ଘ୦୭/୧୪ ପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ, ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୦୭/୪୮ ପର୍ୟ୍ୟନ୍ତ ତଦନ୍ତେ ଧନିଷ୍ଟା, ଚନ୍ଦ୍ର- ମକର,ଯୋଗ- ଇନ୍ଦ୍ର,କରଣ – କୌଳବ, ସୌରମାସ- ବୃଷ ୨୫ ଦିନ । ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୫୧ ।

ଯୋଗିନୀ ଦକ୍ଷିଣେ । ରାତ୍ରି ଘ୭।୧୩ ଗତେ ପଶ୍ଚିମେ | ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ ଓ ପ୍ରତିଷ୍ଠା ଜଳାଶୟ ପ୍ରତିଷ୍ଠା, ବାଣିଜ୍ୟକରଣ, ବୃକ୍ଷରୋପଣ,ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ,ବ୍ରତୋପନୟନ, କଣ୍ଣବେଧ, ବିଦ୍ୟାରମ୍ଭ, ଅନ୍ନପ୍ରାଶନ୍ସ,ଚୂଡ଼ାକରଣ, ରାତ୍ରି ଘ୭।୪୭ ମଧ୍ୟେ ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୭।୪୭ ଗତେ ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଘ୩।୪ ଗତେ ଘ ୬।୨୦ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୮ ଗତେ ଘ୧।୧୦ ମଧ୍ୟେ କାଳରାତ୍ରି ।ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶ୍ରୀଫଳ ରାତ୍ରି ଘ୭।୧୩ ଗତେ ନିମ୍ବ ଭକ୍ଷଣ ନିଷେଧ ।ଶରଣ ।

ମେଷ: ବେପାର ବୃତ୍ତିରେ ଆଶାଜନକ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।

ବୃଷ: ଧ୍ୟାନ ଲକ୍ଷ୍ୟସ୍ଥଳ ଆଡ଼କୁ ସଜାଇ ରଖିବେ। ପାରିବାରିକ ସହଯୋଗ ପାଇବେ। ବ୍ୟବସାୟୀଙ୍କ ଲାଗି ଧନଲାଭ ଯୋଗ ରହିଛି। ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |

ମିଥୁନ: ଚାକିରି ବୃତ୍ତିରେ ପରସ୍ଥିତି ଉତ୍ତମ ରହିବ। ଜୀବନସାଥୀଙ୍କୁ କୌଣସି ଉପହାର ଦେବା ପାଇଁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ ହେବ। ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |

କର୍କଟ: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ ମାଗିବେ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ। ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।

ସିଂହ: ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି। କୌଣସି ଭଲ କଂପାନିରେ ଚାକିରିରେ ସୁଯୋଗ ଆସିବ। ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |

କନ୍ୟା: ଅଫିସରେ ନିଜର ମତ ରଖିବାର ସଫଳ ହେବେ। ବ୍ୟବସାୟରେ ଲାଭ ପାଇବେ। କୌଣସି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ପୂର୍ବରୁ ତାଙ୍କ ବ୍ୟବହାରକୁ ବୁଝନ୍ତୁ। ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |

ତୁଳା: ଆପଣଙ୍କର ବୃଦ୍ଧି ପାଉଥିବା ଶକ୍ତି ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ଜରୁରୀ କାମରେ ସଫଳତା ପାଇବେ। ପରିବାରରେ ଖୁସିର ଆଗମନ ହେବ।
ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |

ବିଛା: ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କାରବାରରେ ଉନ୍ନତିର ସୁଯୋଗ ପାଇବେ। ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |

ଧନୁ: ଅଫିସରେ ନୂଆ କାମ ମିଳିବ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରିୟତମଙ୍କ ସହିତ ବାହାରେ ରାତ୍ରିଭୋଜନ କରିବେ। ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |

ମକର: କାରବାର ବୃଦ୍ଧି ଲାଗି ପରିବାର ଲୋକଙ୍କ ଠାରୁ ପରାମର୍ଶ ମିଳିବ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସାବଧାନତାର ସହ ଯାନବାହାନ ଚଳାନ୍ତୁ।
ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।

କୁମ୍ଭ: ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |

ମୀନ: ନିର୍ଦ୍ଧାରିତ ସମୟରେ ଆପଣ ନିଜର କାମ ପୂରା କରିପାରି‌ବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରଫୁଲ୍ଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।