ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାଲିକ ଦୁର୍ଗା ମିଶ୍ରଙ୍କ ଘରେ ଛତିଶଗଡ଼ ପୁଲିସ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାଲିକ ଦୁର୍ଗା ମିଶ୍ରଙ୍କ ଘରେ ଛତିଶଗଡ଼ ପୋଲିସ ପହଁଚିଛି । ବେଆଇନ୍ ଅର୍ଥ କାରବାରରେ କୋଟି କୋଟି ଟଙ୍କା ହଡପ କାରୀ ଭଂଜନଗର ଅଚଂଳରେ ପ୍ରାୟ କୋଟି କୋଟି ଟଙ୍କାର ଜମି ଓ ଘର ନିର୍ମାଣ କରିଥିଲେ ଦୁର୍ଗା ମିଶ୍ର । ଏହାର ଖୋଳତାଡ଼ କୁ ନେଇ ନେଇ ଗତ କାଲି ଭଂଜନଗର ପହଚିଂଥିଲେ ଛତିଶଗଡ଼ପୋଲିସର ଟିମ୍ ।

ତେବେ ଦାନ୍ତେୱାଡ଼ା ଜିଲ୍ଲାର ଗିଦାମ୍ ଥାନାରେ ରୁଜୁ ହୋଇଥିବା ଏକ ଠକେଇ ମାମଲାର ତଦନ୍ତ ପାଇଁ ଦୁର୍ଗା ମିଶ୍ରଙ୍କ ଭଂଜନଗର ବାସଭବନରେ ପହଁଚିଥିଲା ଛତିଶଗଡ଼ ପୋଲିସ । ଥାନାଅଧିକାରୀ ସନ୍ତୋଷ ଧୁରୱେ ଓ ତାଙ୍କ ଟିମ୍ ପହଁଚି ଦୁର୍ଗା ମିଶ୍ରଙ୍କ ଘରରେ ରହୁଥିବା ଭଡ଼ାଟିଆ ଲୋକଙ୍କୁ ତାଗିଦ କରି ପଚରା ଉଚୁରା କରିଥିଲେ । ଛତିଶଗଡ଼ ପୋଲିସର କହିବି ଅମୁତାବିକ ୬ ଜଣ ଅଭିଯୁକ୍ତଙ୍କ ନାମରେ ଥାନାରେ ମାମଲା ରହିଛି । ତେଣୁ ଏହି ଛଅ ଜଣକୁ ପୋଲିସ ଖୋଜୁଛି ।

ସେମାନେ ହେଲେ ମାଲିକ ଦୁର୍ଗା ମିଶ୍ର, ତାଙ୍କ ପୁଅ କାଳିପ୍ରସାଦ ମିଶ୍ର, ଉପେନ୍ଦ୍ରଥାନ ମିଶ୍ର, ଓ ଦୁର୍ଗା ଷଡ଼ଙ୍ଗୀ ଓ ଅନ୍ୟ ୨ଜଣ । ଏହି ୬ ଜଣଙ୍କ ମଧ୍ୟରୁ କାହାରିକୁ ନପାଇ ପୋଲିସ ଟିମ୍ ଫେରିଛନ୍ତି । ଫେରିବା ବେଳେ ଥାନା ଅଧିକାରୀ ଭଂଜନଗର ତହସିଲଦାରଙ୍କୁ ଦୁର୍ଗା ମିଶ୍ରଙ୍କ ସମ୍ପତି ତାଲିକା ଦେବାପାଇଁ କହିଛନ୍ତି । ଗିରଫ ହୋଇଥିବା ଦୁର୍ଗା ମିଶ୍ର ଜାମିନରେ ବାହାରିବ ପରେ ସେ କେଉଁଠି ରହିଛନ୍ତି ତାଙ୍କୁ ଖୋଜୁଛି ପୋଲିସ ।

ଏଠାରେ ପ୍ରକାଶଥାଉକି, ୧୯୮୩ ମସିହାରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀ ରିଜର୍ଭବ୍ୟାଙ୍କରେ ଏକ ଅଣ- ବ୍ୟାଙ୍କିଙ୍ଗ ସଂସ୍ଥାଭାବେ ପଞ୍ଜିକରଣ କରି ସାଧାରଣ ଜନତାଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜମା ନେଇଥିଲା । ହେଲେ ୨୦୧୩ ମସିହା ମାର୍ଚ୍ଚ ୨୯ ତାରିଖରେ କମ୍ପାନୀ ଉପରେ ଚଢାଉ ହୋଇଥିଲା । ଏହି ଚଢାଉ ପରେ କମ୍ପାନୀର ସର୍ବଭାରତୀୟ ସ୍ତରରେ ଥିବା ୭ ଶହରୁ ଉର୍ଦ୍ଧ ଶାଖାକୁ ବନ୍ଦ କରାଯାଇଥିଲା । ହେଲେ ଆଇନ ଭୟରେ ମାଲିକ ଦୁର୍ଗା ମିଶ୍ର ଓ ଅନ୍ୟ ଉପରିସ୍ଥ କର୍ମଚାରୀ ମାନେ ଫେରାର୍ ହୋଇଯାଇଥିଲେ । ଏହା ପରେ ସିବିଆଇ ଦୁର୍ଗା ମିଶ୍ରଙ୍କୁ ବାଲେଶ୍ୱରରୁ ଗିରଫ୍ କରିଥିଲା ।