ମୁଁ ଟାଟା ମୋଟର୍ସର ଏମଡି ନୁହେଁ: ଆକାଶ ପାଠକ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ତୃତୀୟ ଦିନ ରିମାଣ୍ଡରେ କମିଶନରେଟ ପୋଲିସର ମାରାଥନ ଜେରାରେ ସତ ମାନିଛନ୍ତି ଆକାଶ ପାଠକ । ସେ ଟାଟା ମୋଟର୍ସର ଏମଡି ନୁହନ୍ତି ବୋଲି ସ୍ୱୀକାର କରିଛନ୍ତି ।

ତେବେ ଗତ ୧ ତାରିଖରେ ଆକାଶଙ୍କ ବିରୋଧରେ ସ୍କାଏକିଙ୍ଗ ମାମଲା ଦାୟର କରାଯାଇଥିଲା । ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ । ତେବେ ବିମାନ ଭଡ଼ା ବାବଦରେ ଆକାଶ ୨ କୋଟି ୧୩ ଲକ୍ଷ ପ୍ରଦାନ କରିଥିଲେ ଓ ୬୫ ଲକ୍ଷବାକି ରଖିଥିଲେ। ବକେୟା ଅର୍ଥ ଫେରସ୍ତ ପାଇଁ ମାଗିବାରୁ ଆକାଶ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ତୃତୀୟ ଦିନ ଜେରାରେ ଆକାଶଙ୍କ ସହଯୋଗୀଙ୍କ ବିଷୟରେ ଅନେକ ତଥ୍ୟ ପୋଲିସକୁ ମିଳିଛି । ଅଧିକ ପ୍ରମାଣ ସଂଗ୍ରହ ପାଇଁ ଆକାଶଙ୍କ ହସ୍ତାକ୍ଷର ରାଜ୍ୟ ଫରେନସିକ ଲାବକୁ ପଠାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।