ଏଣିକି ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଶ୍ରଦ୍ଧାଳୁ-shaksi news

ପୁରୀ( ଏସ୍ ନ୍ୟୁଜ ): କରୋନା ମହାମାରୀ ଭିତରେ ଭକ୍ତଙ୍କ ଦର୍ଶନକୁ ନେଇ ୨୩ ରେ ଖୋଲିବ ଶ୍ରୀମନ୍ଦିର। ତେଣୁ ଆଉ ପ୍ରଭୁଙ୍କ ଦର୍ଶନ ପାଇଁ ଅଧିର ହୋଇଉଠିଥିବା ଭକ୍ତ ଭକ୍ତ ଏବେ ପୁରୀ ମୁହାଁ ହେବେ। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ପୁରୀରେ ଭକ୍ତଙ୍କୁ ସୁହାଇଲା ଭଳି ରହଣି ବ୍ୟବସ୍ଥା କରିଛନ୍ତି ସରକାର।

ଭକ୍ତଟିକୁ ଭଗବାନଙ୍କୁ ତାର ଏଣିକି ମାତ୍ର ଶହେ ଟଙ୍କାରେ ପୁରୀରେ ରହି ଦେଖିପାରିବ । ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇ ଦେବା ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି । ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ । ଏଠାରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ । ଭକ୍ତ ନିବାସ ନିର୍ମାଣ ଲାଗି ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ୩ରୁ ୪ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ ।