ଯାଜପୁର ଜିଲ୍ଲାରେ ଅଷ୍ଟପ୍ରହରୀକୁ ନେଇ ଗଣ୍ଡଗୋଳ

ଯାଜପୁର(ଏସ୍ ନ୍ୟୁଜ): ଗତ ୧୩ ତାରିଖ ରାତିରେ ଅଷ୍ଟପ୍ରହରୀକୁ ନେଇ ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ଗ୍ରାପର ସରିଫାବାଦ ଗ୍ରାମରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ନୀଳମଣି ଦଳେଇ( ଟୁଟୁଆ) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କ ବୟସ ୨୫ ବର୍ଷ ଓ ସେ ମହେଶ୍ବର ଦଳେଇଙ୍କ ପୁଅ ବୋଲି ଜଣାଯାଇଛି। ପରିବାର ପକ୍ଷରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଗତକାଲି ରାତିରେ ମେଡିକାଲରୁ ଫେରିଲା ପରେ ଘରେ ମୃତ୍ୟୁ ହୋଇଛି । ପୁଲିସ କିଛି ଲୋକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।