ରୋଡ ରୋମିଓଙ୍କୁ ଧରିବା ପାଇଁ ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରୋମିଓ, ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜାରି ହୋଇଛି ଏକ ହ୍ୱାଟ୍ସଆପ୍ ନମ୍ବର । କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ହ୍ୱାଟ୍ସଆପ୍ ନମ୍ବର ହେଉଛି-୭୦୭୭୭୯୮୧୧୧ । କେହି ଯଦି ହଇରାଣ କରନ୍ତି ଏହି ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଅଭିଯୋଗ କରିହେବ । ହ୍ୱାଟ୍ସଆପରେ ଅଭିଯୁକ୍ତ ବିଷୟରେ ଜଣାଇଲେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଜଣାଇପାରିବେ ।