ବିଜେଡି ପ୍ରାର୍ଥୀଙ୍କ ଅବନ୍ତୀ ଦାସଙ୍କ ଗାଡିକୁ ନେଇ ବିବାଦ

ଧାମନଗର : ବିଜେଡି ପ୍ରାର୍ଥୀଙ୍କ ଅବନ୍ତୀ ଦାସଙ୍କ ଗାଡିକୁ ନେଇ ବିବାଦ । କାଁପଡ଼ା ବୁଥ ବାହାରେ ପ୍ରଚାର ଗାଡ଼ିକୁ ବିରୋଧ କରିଛନ୍ତି ଲୋକେ । ଭୋଟ୍ କେନ୍ଦ୍ରକୁ ଯାଉଥିବା ସମୟରେ ସେ ଯେଉଁ ଗାଡିରେ ଯାଇଥିଲେ ସେଥିରେ ବିଜେଡିର ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଲାଗିଥିଲା । ଯାହାକୁ ବିରୋଧ କରାଯାଇଥିଲା । ନିଷିଦ୍ଧାଞ୍ଚଳରେରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ିକୁ ଲୋକେ ବିରୋଧ କରିଥିଲେ । କିଛି ସମୟ ରହିବା ପରେ ଗାଡିଟି ପୋଲିଂ ବୁଥ୍ ଆଗରୁ ପଳାଯାଇଥିଲା । ଅବନ୍ତୀ ଦାସ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ।