ଧାମନଗର ଉପନିର୍ବାଚନ ପୁଲିଂ ଅଫିସରଙ୍କ ମୃତ୍ୟୁ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଧାମନଗର ଉପନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୩୯ ନମ୍ବର ବୁଥର ପୁଲିଂ ଅଫିସର ହେଉଛନ୍ତି ନଟବର । ଏନେଇ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବନ୍ଦାଳ ସୂଚନା ଦେଇଛନ୍ତି । ତାଙ୍କର କହିବା ମୁତାବକ, ‘ଗତକାଲି ନଟବରଙ୍କ ଦେହ ଅସୁସ୍ଥ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସସିବି ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପୁଲିଂ ଅଫିସରଙ୍କର ମୃତ୍ୟୁ ହୋଇଥିଲା ।’