୫ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ନିମନ୍ତେ ଦରକାର କରୋନା ନେଗେଟିଭ ରିପୋର୍ଟ!

ଦିଲ୍ଲୀ (ଏସ୍ ନ୍ୟୁଜ): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସବୁ ରାଜ୍ୟର ସରକାରଙ୍କ ଚିନ୍ତା ବଢ଼ିଛି। କେନ୍ଦ୍ର ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି। ଆସନ୍ତା ଶୁକ୍ରବାର ଠାରୁ ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ, ସାଙ୍ଗରେ କରୋନାର ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। ଯଦି କେହି ନେଗେଟିଭ ରିପୋର୍ଟ ନ ଆଣିଥିବେ, ତା’ହେଲେ ତାଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହି ନିୟମ ୫ ରାଜ୍ୟରୁ ଆସୁଥିବା ଲୋକଙ୍କ କ୍ଷେତ୍ରରେ ଲାଗୁ ହେବ।

ଦିଲ୍ଲୀ ସରକାରଙ୍କ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ ଶୁକ୍ରବାର ଠାରୁ କରୋନାର ନେଗେଟିଭ ଟେଷ୍ଟ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏହି ଟେଷ୍ଟ ଆରଟି-ପିସିଆର ପଦ୍ଧତିରେ ହୋଇଥିବା ଦରକାର। ବସ୍‌, ଟ୍ରେନ ଓ ବିମାନ ଯାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ।