ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ

ଯାଜପୁର,(ଏସ୍ ନ୍ୟୁଜ): କରୋନାକୁ ଦୃଷ୍ଟିରେ ରଖି ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ବନ୍ଦ କରିବାକୁ ପୌର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ପୀଠରେ ରୀତିନୀତି ଆରମ୍ଭ ହେବ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ମେଳାରେ କୌଣସି ଦୋକାନ ଓ ବଜାର ପଡିବ ନାହିଁ । ତେବେ ଭୌମ୍ୟ ଏକାଦଶୀରୁ ବ୍ୟାସ ସରୋବର ମେଳା ଆରମ୍ଭ ହୁଏ । ବ୍ୟାସନଗର ପୌର ପରିଷଦ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଥାଏ । ଯାଜପୁର ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଥାନ୍ତି । ମହୋତ୍ସବର ପ୍ରତ୍ୟେକ ଦିନ ସଂଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥାଏ ।