ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର୍‌

ଭୁବନେଶ୍ବର(ଏସ୍ ନ୍ଯୁଜ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର୍‌ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୪୦ ଛୁଇଁଛି।

ସେମାନଙ୍କ ମଧ୍ୟରୁ ୭୯୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଆଉ ୫୭୬ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୫ ହଜାର ୧୭୪ ଜଣ। ଏବେ ସକ୍ରିୟ ଅଛନ୍ତି ୧୩ ହଜାର ୫୦୩ ଜଣ ଆକ୍ରାନ୍ତ।ଏନେଇ
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩୧, ବରଗଡ଼ରୁ ୪୦, ଭଦ୍ରକରୁ ୩୧, ବଲାଙ୍ଗୀରରୁ ୪୦, ବୌଦ୍ଧରୁ ୨, କଟକରୁ ୧୨୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୫, ଗଜପତିରୁ ୪, ଗଞ୍ଜାମରୁ ୨୧, ଜଗତ୍‌ସିଂହପୁରରୁ ୭୦, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୩୩, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୬୫, କେନ୍ଦୁଝରରୁ ୪୦, ଖୋର୍ଦ୍ଧାରୁ ୧୪୫, କୋରାପୁଟରୁ ୨୦, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୨୬, ନୟ‌ାଗଡ଼ରୁ ୩୨, ନୂଆପଡ଼ାରୁ ୧୦୮, ପୁରୀରୁ ୫୩, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୩୭, ସୋନପୁରରୁ ୧୯, ସୁନ୍ଦରଗଡ଼ରୁ ୯୬ ଓ ଷ୍ଟେଟ୍‌ ପୁଲ୍‌ରୁ ୩୦ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହା ଫଳରେ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୪୦୦ ପାର କରିଛି। ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୧୦ରେ ପହଞ୍ଚିଛି।