କରୋନାର ନୂଆ ଷ୍ଟ୍ରେନ୍:୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ(ଏସ୍ ନ୍ୟୁଜ ): ଭାରତୀୟଙ୍କ ଚିନ୍ତା ବଢ଼ାଇଦେଇଛି ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍। ଗୁରୁବାର କରୋନାର ନୂଆ ଷ୍ଟ୍ରେନରେ ଆଉ ୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଯାଇଛି। ନୂଆ ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ଟି ପୁଣେ ଲ୍ୟାବରୁ ଓ ଗୋଟିଏ ଦିଲ୍ଲୀରୁ ଆସିଛି।

ଏହା ପୂର୍ବରୁ ୨୦ ଜଣଙ୍କ ଠାରେ ବ୍ରିଟେନରେ ଦେଖାଦେଇଥିବା କରୋନାର ମ୍ୟୁଟାଣ୍ଟ ଷ୍ଟ୍ରେନ ଚିହ୍ନଟ ହୋଇଥିଲା ଦୁଇ ଦିନ ପୂର୍ବେ ଭାରତରେ ଏହି ଷ୍ଟ୍ରେନ ଦେଖା ଦେଇଥିଲା। ପୂର୍ବରୁ ବ୍ୟାପୁଥିବା କୋଭିଡ୍-୧୯ ଭୂତାଣୁ ଠାରୁ ୭୦ ପ୍ରତିଶତ ଅଧିକ ସଂକ୍ରାମକ ଥିବା ଏହି ଷ୍ଟ୍ରେନ ବ୍ରିଟେନ ଫେରନ୍ତାଙ୍କ ଦ୍ୱାରା ଭାରତରେ ପହଞ୍ଚିଛି। ଦେଶରେ ପ୍ରଥମେ ୬ ଜଣଙ୍କଠାରେ ଏହି ମ୍ୟୁଟାଣ୍ଟ ଭାଇରସ ଦେଖା ଦେଇଥିଲା।ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।