୭ ଦିନ ଭିତରେ ସ୍ବାସ୍ଥ୍ୟକର୍ମୀଙ୍କ ନାମ ଅପଲୋଡ଼ ପାଇଁ ନିର୍ଦ୍ଦେଶ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଏସ୍ ନ୍ୟୁଜ ):ସ୍ୱାସ୍ଥ୍ର୍ୟକର୍ମୀ ଟିକା କରଣ ପାଇଁ ତାଲିକା ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳ ଓ ମହାନଗର କମିସନରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ।ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ ଏହି ତାଲିକା ୭ ଦିନ ଭିତରେ ରେ ନାଁ ଅପଲୋଡ କରିବାକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଟୀକାକରଣ ପାଇଁ ପୁଣି ଥରେ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୬ ହଜାର ୫୪୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟସରକାର ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଯେପରି କୌଣସି ସ୍ବାସ୍ଥ୍ୟକର୍ମୀ ଟୀକାକରଣରୁ ବାଦ୍ ନ ପଡନ୍ତି ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୂୁତାବକ ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ , ବୃଦ୍ଧ, ବୃଦ୍ଧା, ଶିଶୁ ମାନଙ୍କୁ ଦିଆଯିବ ।ଦେଶରେ ଟିକାକରଣ ପୂର୍ବରୁ ଯାହା ଯାହା ପ୍ରସ୍ତୁତ କରିବା କଥା ସେନେଇ କେନ୍ଦ୍ରସରକାର ତତ୍ପରତା ଦେଖାଇଛନ୍ତି।