ନବକଳେବର ହେବ ଏସସିବି ହସ୍ପିଟାଲ

କଟକ (ଏସ୍ ନ୍ୟୁଜ ):ବିଶ୍ୱସ୍ତରୀୟ ହସ୍ପିଟାଲ ହେବ ବଡ ମେଡିକାଲ । ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା । ୫ଟି ଅଧିନରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।ସୂଚନା ଅନୁସାରେ,ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେବ ନବକଳେବର । ଏହାକୁ ନବକଳେବର କରାଯିବ । ଏଥିପାଇଁ ମୋଟ୍ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାସହ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ଏତତ୍ ବ୍ୟତୀତ ହସ୍ପିଟାଲରେ ୫୦୦୦ ଶଯ୍ୟା ସହ ଆଧୁନିକ ଚିକିତ୍ସା ସୁବିଧା ରହିବ । ମୋଟ୍ ୧୭୫ ଏକର ଜମିରେ ଏହି ପ୍ରକଳ୍ପର ନିର୍ମାଣ ହେବ । ଆହୁରି ମଧ୍ୟ ୫ଟି ଅଧିନରେ ଏହା କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି ।ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବ ବୃହତ ପ୍ରକଳ୍ପ । ୧ ଜାନୁଆରୀ ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ ରଖାଯାଇଛି ।