ଭ୍ୟାକସିନ୍ ସରଞ୍ଜାମ ଓଡିଶାରେ !

ଭୁବନେଶ୍ୱର(ଏସ୍ ନ୍ୟୁଜ): ଓଡିଶା ପହଁଚିଲା କରୋନା ଭ୍ୟାକସିନ୍ ସରଞ୍ଜାମ । ଭ୍ୟାକସିନ୍ ପାଇଁ ୨୧ ଲକ୍ଷ ସରଞ୍ଜାମ ଆସିଛି । ‘ଭ୍ୟାକସିନ୍ ରଖିବା ପାଇଁ ୨୬ଟି ଆଇଏଲଆର ଆସିଛି । ଆଗକୁ ଆହୁରି ୩୩୯ଟି ଆଇସି ଲାଇନଡ ରେଫ୍ରିଜିରେଟର ଆସିବ ।

ରାଜ୍ୟରେ ଭ୍ୟାକସିନ୍ ଦେବା ପାଇଁ ଡାଟା ବେଶ ବଢିଛି । ୩ ଲକ୍ଷ ୨୬ ହଜାର ସ୍ୱାସ୍ଥ୍ୟକର୍ମୀ ଭ୍ୟାକସିନ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।