ନିଜ ତଥ୍ୟ ଦିଅନ୍ତୁ ‘ବ୍ରିଟେନ ଫେରନ୍ତା: ରାଜ୍ୟ ସରକାର-shaksi news


ଭୁବନେଶ୍ୱର(ଏସ୍ ନ୍ୟୁଜ) ‘ବ୍ରିଟେନ ଫେରନ୍ତା ନିଜ ତଥ୍ୟ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ରାଜ୍ୟ ସରକାର । ତେବେ ଏହି ମାମଲାରେ ଭୟ କରିବା କିଛି ନାହିଁ, ନିଜ ସମ୍ପର୍କରେ ତଥ୍ୟ ଦିଅ ବୋଲି ସରକାର କହିଛନ୍ତି। ଓଡ଼ିଶା ଆସିବା ପରେ କିଛି ବ୍ରିଟେନ ଫେରନ୍ତାଙ୍କୁ ପତ୍ତା ମିଳୁନଥିବାରୁ ଏପରି ଆକୁଳ ନିବେଦନ କରିଛନ୍ତି ରାଜ୍ୟ ସରକାର।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଲାଗି ନୂଆବର୍ଷ ପୂର୍ବରୁ ଭାରତରେ ମାମଲା ୬ଟି ସାମ୍ନାକୁ ଆସିବା ପରେ ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି। ୧୧୯ ଜଣଙ୍କ ପତ୍ତା ମିଳିଛି ଏବଂ ସେମାନଙ୍କର ପରୀକ୍ଷଣ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢ଼ାଇଦେଇଛି ।

ତେଣୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜ ଆଡ଼ୁ ବ୍ରିଟେନ ଫେରନ୍ତାଙ୍କୁ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି। ବ୍ରିଟେନରୁ ଫେରିବା ପରେ ସେମାନେ ଦେଇଥିବା ମୋବାଇଲ ନଂ ଭୁଲ ରହିଛି। ୧୮ଟି ଜିଲ୍ଲାର ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରର। BMC ପକ୍ଷରୁ ଆଜିଠୁ ସେମାନଙ୍କୁ ଖୋଜା ଆରମ୍ଭ ହୋଇଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, ବ୍ରିଟେନରୁ ଫେରିଥିବା ୧୮୧ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଥିବା ବେଳେ ସେମାନଙ୍କ ଧ୍ୟରୁ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ହେଲେ ସେଥିମଧ୍ୟରୁ ଅଧିକାଂଶ କ୍ୱାରେଣ୍ଟିନ୍ ପିରିୟଡ୍ ସାରିଛନ୍ତି। ତେଣୁ ଭୟ କରିବାର କୌଣସି କଥା ନାହିଁ। ଯଦି ବି ସେମାନଙ୍କ ମଧ୍ୟରୁ କିଏ ପଜିଟିଭ୍ ଚିହ୍ନଟ ହୋଇଥାନ୍ତେ, ତାହା ଜିନ୍ ସିକ୍ୱେନ୍ସିଂ ହୋଇଥାନ୍ତା ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।