ରାଜ୍ୟରେ ଆଉ ୬୭ ମୁଣ୍ଡ ନେଲା ସଂକ୍ରମଣ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୯୯୨କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଗଞ୍ଜାମରୁ ୮, ସୁନ୍ଦରଗଡରୁ ୭, ମୟୂରଭଞ୍ଜ ଓ ପୁରୀରୁ ୬ ଲେଖାଏଁ, ବରଗଡରୁ ୪, ନୟାଗଡରୁ . ଅନୁଗୁଳ ଓ ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର, କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।