ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ବସିବ । ନବୀନ ନିବାସରୁ ଭିସି ଯୋଗେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ରହିବେ ସମସ୍ତ ମନ୍ତ୍ରୀ । ସରକାରଙ୍କ ପକ୍ଷରୁ ସବୁ ବିଭାଗଠାରୁ ପ୍ରସ୍ତାବ ଲୋଡ଼ା ଯାଇଛି । ଏବେ ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟକୁ ୫ଟି ପ୍ରସ୍ତାବ ଆସିଛି । ରାଜସ୍ୱ ବିଭାଗ, ପୂର୍ତ୍ତବିଭାଗ, ଅର୍ଥବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି କ୍ୟାବିନେଟରେ ବିଭିନ୍ନ ବିଭାଗର କ୍ୟାଡର ପୁନଃଗଠନ ନେଇ ପ୍ରସ୍ତାବ ରହିଛି । ଏହାବାଦ ବାଗଚୀ ଦମ୍ପତିଙ୍କ ଉଦ୍ୟମରେ ଇନଫୋଭ୍ୟାଲିଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଜମି ହସ୍ତାନ୍ତର ହେବ, ଏଥିପାଇଁ ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବାର ପ୍ରସ୍ତାବ ରହିଛି । ଏଥିଲାଗି ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।