ଆଜିଠାରୁ ଓଡିଶାରେ ମାଛମରା ଉପରେ କଟକଣା

ପାରାଦୀପ: ଆଜିଠାରୁ ଓଡିଶାରେ ମାଛମରା ଉପରେ କଟକଣା ଜାରି କରିଛନ୍ତି ସରକାର । ଓଡିଶା ଉପକୂଳ ସହିତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ମାଛମରାକୁ ନେଇ ନୂଆ କଟକଣା ଲାଗୁ କରାଯାଇଛି । ତେଣୁ ଆଜିଠୁ ନଦୀ କିମ୍ବା ସମୁଦ୍ର ମୁହାଣରେ ମାଛ ମାରିବା ଉପରେ ନିଷିଦ୍ଧାଦେଶ ଜାରି ହୋଇଛି । ଆଜିଠାରୁ ୨ ମାସ ଅର୍ଥାତ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ମାଛମାରିବାକୁ ବାରଣ କରିଛନ୍ତି କେନ୍ଦ୍ର ତଥା ରାଜ୍ୟ ସରକାର । ମତ୍ସ୍ୟ ପ୍ରଜନନ, ସଂରକ୍ଷଣ ଏବଂ ସାମୁଦ୍ରିକ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।