କଟକ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ୍

କଟକ(ଏସ୍ ନ୍ୟୁଜ): :କଟକ ବାସୀ ମାନଙ୍କ ପାଇଁ ଏକ ଖୁସି ଖବର |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ କଟକ ଖାନନଗରରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ । ୧୨ଏକର ଜମିରେ ନିର୍ମାଣ ହେବାକୁ ଥିବା ବସ୍ ଟର୍ମିନାଲ ନେତାଜୀଙ୍କ ନାଁରେ ନାମକରଣ ହେବ । ବସ ଟର୍ମିନାଲ ପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା ।