କଳାହାଣ୍ଡି ରେ ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ

ଭୁବନେଶ୍ୱର(ଏସ୍ ନ୍ୟୁଜ): କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ସକାଳ ୯ଟା ୪୫ ମିନିଟରେ ନବୀନ ନିବାସରୁ ବାହାରିଲେ ମୁଖ୍ୟମନ୍ତ୍ରୀ । ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ସକାଳ ୯ଟା ୫୫ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଅଭିମୁଖେ ଯାତ୍ରା କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହାପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ସଭାକାର୍ଯ୍ୟ ଶେଷ କରି ଭୁବନେଶ୍ୱର ଫେରି ଆସିବେ ।