ବିଏସ୍‌କେୱାଇ ଠକେଇ: ରୋଗୀର ଜୀବନ ସହିତ ଜାଲିଆତି କରି ଟଙ୍କା ଠକେଇ

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ(ବିଏସ୍‌କେୱାଇ)ରେ କେମିତି ଚାଲିଛି ଠକେଇ। ସାମ୍ନାକୁ ଆସିଛି ଆଉଗୋଟିଏ ଚିତ୍ର। ରୋଗୀ ଡାକ୍ତରଖାନାରେ ଆଦୌ ଚିକିତ୍ସା ସେବା ପାଇନି, ହେଲେ ସେ ଚିକିତ୍ସା ହୋଇଥିବା ଦର୍ଶାଇ ଟଙ୍କା ନେଇଯାଉଛନ୍ତି ଘରୋଇ ମେଡିକାଲ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଏଡିସିପି ଅନିଲ ମିଶ୍ର। ଏଥିସହ ଘରୋଇ ହସ୍ପିଟାଲରେ କିପରି ଦାୟିତ୍ୱହୀନତା କରାଯାଇ ରୋଗୀଙ୍କ ଜୀବନ ନେଇଯାଉଛନ୍ତି ଓ ଚିକିତ୍ସା ଦେଇଥିବା ଦର୍ଶାଇ ବିଏସ୍‌କେୱାଇ କାର୍ଡ ଜରିଆରେ ସରକାରୀ ଟଙ୍କା ଜାତିଆତି କରି ନେଉଛନ୍ତି ତାହା ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଯାହା ଭିତରେ ଗୋଟିଏ ଘରୋଇ ଡାକ୍ତରଖାନାର ମାଲିକ ଓ ମ୍ୟାନେଜର ଅଛନ୍ତି। ସେପଟେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଏହି ମାମଲାରେ ୨୫ ଜଣ ରୋଗୀଙ୍କୁ ଏଭଳି ଠକେଇ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି