ଭଦ୍ରାସାହି ଛକ ରେ ସାଇବର ସୁରକ୍ଷା ରଥ ଅଭିଯାନ

ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ

ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକ ରେ ସାଇବର ସୁରକ୍ଷା ସଂପର୍କିତ କାର୍ଯ୍ୟକ୍ରମ। ସଚେତନତା ଓ ସତର୍କତା ଦ୍ୱାରା ହିଁ ସାଇବର ଅପରାଧକୁ ରୋକିହେବ । ଏହି ବାର୍ତ୍ତାଟି ରାଜ୍ୟର ଘରେ ଘରେ ଏବଂ ପ୍ରତିଟି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସାଇବର ସୁରକ୍ଷା ରଥ ନିଜର ଅଭିଯାନ ଜାରି ରଖୁଛି । ପଞ୍ଚମ ଦିନରେ ସାଇବର ସୁରକ୍ଷା ରଥ ରାଜ୍ୟର ସମସ୍ତ ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର, ବଜାର, ହାଟ, କଲେଜ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ସାଇବର ଠକେଇ ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛି ।

ସାଇବର ଅପରାଧ ୟୁନିଟ କ୍ରାଇମବ୍ରାଞ୍ଚ ଓଡ଼ିଶା ସରକାରଙ୍କ ଦ୍ବାରା ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ବଡ଼ବିଲ ଡ଼ିଏସପି ଶ୍ରୀଯୁକ୍ତ ଅମ୍ବିତ କୁମାର ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଛି। ବଡ଼ବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ତତ୍ତ୍ୱାବଧାନରେ ଭଦ୍ରାସାହି ଫ୍ଲା ଓଭର ବ୍ରିଜ ତଳେ ଗୁରୁବାର ଦିନ ଏକ ପଥପ୍ରାନ୍ତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ସଚେତନ କାର୍ଯ୍ୟକ୍ରମରେ ବିଜେଡି ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅର୍ଜୁନ ସାଣ୍ଡିଲ , ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପୀତବାସ ମହାକୁଡ଼,ବରିଷ୍ଠ ବିଜେଡ଼ି ନେତା ଶ୍ରୀଯୁକ୍ତ ମିତ୍ରଭାନୁ ମହାକୁଡ଼, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ପ୍ରଫୁଲ ବାରିକ,ବିପିନ ନାଏକ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ସଙ୍ଗଠନ ଓ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ। ସାଇବର ଶିକାର ହୋଇଥିବା ବ୍ୟକ୍ତି ୧୯୩୦କୁ ଡାଏଲ କରି ସହାୟତା ନେବା ପାଇଁ କୁହାଯାଇଛି। ଏଥିସହ ବୀମା ସମ୍ବନ୍ଧୀୟ ତଥ୍ୟ କିମ୍ବା ମୋବାଇଲ ଓଟିପି ନମ୍ବର କାହାକୁ ଦିଅନ୍ତୁ ନାହିଁ ବୋଲି ସଚେତନକାରୀଙ୍କ ପକ୍ଷରୁ କୁହାଯାଇଛି। ଏହାକୁ ଥାନା ଅଧିକାରୀ , ଏସ ଆଇ ଆଲୋକ କୁମାର ପରିଡା, ଏସ ଆଇ ବରଦା ପ୍ରସନ୍ନ ସାହୁ, ଏସଆଇ ଜନ୍ମେଜୟ ବ୍ରମଃ, ମହିଳା ଏଏସଆଇ ତୁଳସୀ କରିଅଲି, ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା ।