ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଆରମ୍ଭ ହୋଇସାରିଛି । ଆଜିି ସକାଳ ସାଢେ ୮ଟାରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସକ୍ରିୟ ରହିଛି । ଏହାର ପ୍ରଭାବରେ ୮ ତାରିଖ ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଏବଂ ୯ ତାରିଖ ସକାଳେ ଏହା ଘନୂଭୀତ ହୋଇ ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟାରେ ପରିଣତ ହୋଇପାରେ ବୋଲି ଅନୁମାନ କରାଯାଉଛି ।